Categories: ଜାତୀୟ

ମଣିପୁରରେ ପୁଣି ହିଂସା, ୨୫ ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ

ଇମ୍ଫାଲ,୨୧।୬: ମଣିପୁରରେ ପୁଣି ହିଂସା ଦେଖାଯାଇଛି। ମଙ୍ଗଳବାର ଥଙ୍ଗଜିଆଙ୍ଗରେ ରାତି ପ୍ରାୟ୧୧ଟା ୪୫ରେ ଗୁଳିକାଣ୍ଡ ହେବାର ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ରରୁ ୧୫ରୁ ୨୦ରାଉଣ୍ଡ ଗୁଳି ଚଳା ଯାଇଛି।

ମଙ୍ଗଳବାର ସେନା ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ)ସଂଗଠନର ଚାରିଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫୧ମିଲିମିଟର ମୋର୍ଟାର ଏବଂ ଏକ ବୋମା ଉଦ୍ଧାର କରାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ୍‌ଗୁଡ଼ିକର ଛୁଟି ଜୁଲାଇ ୧ତାରିଖ ଯାଏଁ ବୃଦ୍ଧି କରାଯାଇଛି। ମେ ୪ରୁ ଏଠାରେ ବନ୍ଦ ହୋଇଥିବ ସ୍କୁଲଗୁଡିକ ୨୧ଜୁନରେ ଖୋଲା ଯାଇଥା’ନ୍ତା। ସେହିପରି ରାଜ୍ୟରେ ଇଣ୍ଟରନେଟ ସେବାକୁ ମଧ୍ୟ ଜୁନ ୨୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ସୀମିତ ଇଣ୍ଟରନେଟ୍‌ ସେବା ଯୋଗାଇବାକୁ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share