Categories: ଜାତୀୟ

କୁକି ସମ୍ପ୍ରଦାୟର ସୁରକ୍ଷା ଦାବିରେ ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୬: ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ସଫଳ ହେଉନାହିଁ। ସୁରକ୍ଷା ବାହିନୀ ବହୁ ନିୟୋଜିତ ସତ୍ତ୍ୱେ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ କୁକି ସମ୍ପ୍ରଦାୟର ସୁରକ୍ଷା ଦାବିରେ ଦାଖଲ ହୋଇଥିବା ଏକ ଆବେଦନକୁ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ମଣିପୁର ଆଦିବାସୀ ଫୋରମ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଏହି ଆବେଦନରେ କୁକି ସମ୍ପ୍ରଦାୟ ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ନିଯୁକ୍ତ କରାଯିବାକୁ ଦାବି କରିଛି। ଏହା ଉପରେ ସୁପ୍ରିମକୋର୍ଟ ଜୁଲାଇ ୩କୁ ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି।

Share