Categories: ଜାତୀୟ

ମଣିପୁରରେ ଆଉ ଏକ ଗଣବଳାତ୍କାର ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ ଜାରି

ଇମ୍ଫାଲ,୧୨।୮: ଗତ ତିନିମାସ ଧରି ମଣିପୁରରେ ହିଂସା ଜାରି ରହିଛି। ଏବେ ମଣିପୁରରେ ଆଉ ଏକ ଗଣବଳାତ୍କାର ଦାବି ହୋଇଛି। ଶୁକ୍ରବାର ଚୁରଚାନ୍ଦପୁର ଜିଲାର ୩୭ ବର୍ଷିୟା ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ହଜାର ହଜାର ମହିଳା ମଣିପୁରର ପାଞ୍ଚଟି ଉପତ୍ୟକା ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେତେଇର ଏକ ଗୋଷ୍ଠୀ ମୀରା ପୋବିସ ସଗ ଦ୍ୱାରା ଏହି ଧାରଣା ଆୟୋଜିତ ହୋଇଥିଲା। ଏହି ଧାରଣା ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, ଥୈବାଲ, ବିଷ୍ଣୁପୁର ଏବଂ କାକଚିଙ୍ଗ୍‌ ଜିଲାରେ ଆୟୋଜିତ ହୋଇଥିଲା।

Share