Categories: ଜାତୀୟ

ମଣିପୁର ହିଂସାକାଣ୍ଡ: ୧୧ ଅଫିସରଙ୍କ ବଦଳି

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ ମଧ୍ୟରେ ରାଜ୍ୟର ୧୧ଜଣ ଅଧିକାରୀଙ୍କୁ ଶନିବାର ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଆଇଏଏସ ଏବଂ ଆଇପିଏସ ଅଧିକାରୀ ମଧ୍ୟ ଅଛନ୍ତି।ତେବେ ଗୃହମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ରାଜ୍ୟର ଡିଜିପି ପି.ଡୋଙ୍ଗଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ରାଜୀବ ସିଂଙ୍କୁ ପଦ ଦିଆଯାଇଥିଲା।

ସ୍ଥିତି ଅନୁଧ୍ୟାନ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ସକାଳେ ମଣିପୁରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂଙ୍କୁ ଭେଟି ସେ ଘଟଣାର ସମୀକ୍ଷା ପରିଛନ୍ତି।

 

Share