Categories: ଜାତୀୟ

ଇଣ୍ଟରନେଟ୍‌ ସେବା ଆରମ୍ଭ ହେବା ମାତ୍ରେ ମଣିପୁର ହିଂସାରେ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଫଟୋ ଭାଇରାଲ

ଇମ୍ଫାଲ,୨୬।୯: ହିଂସା ପ୍ରଭାବିତ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଏହା ପରେ ଜୁଲାଇରେ ୨ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମାମଲାର ତଦନ୍ତ ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି। ଦୁଇ ଛାତ୍ର ହେଲେ ୧୭ ବର୍ଷିୟ ହିଜାମ ଲିନଥୋଙ୍ଗାମ୍ବି ଏବଂ ୨୦ ବର୍ଷୀୟ ଫିଜାମ ହେମଜିତ। ଜୁଲାଇ ପରଠାରୁ ଏହି ୨ ଛାତ୍ର ନିଖୋଜ ହେବା ହୋଇଯାଇଥିଲେ, ହେଲେ ସୋମବାର ଛାତ୍ରଙ୍କ ମୃତଦେହ ଫଟୋ ସାମ୍ନାକୁ ଆସିଛି।

Share