Categories: ଜାତୀୟ

ଥମିନି ମଣିପୁର ହିଂସା! ୧୨ ଘଣ୍ଟାରେ ଆଉ ୨ ମୃତ୍ୟୁ

ଇମ୍ଫାଲ,୩୧।୮: ହିଂସାକାଣ୍ଡ ଘଟିଥିବା ମଣିପୁରରେ ପୁଣି ଥରେ ଗୁଳି ବିନିମୟ ଘଟିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଣିପୁରରେ ଏହି ଘଟଣା ଗତ ୧୨ଘଣ୍ଟା ମଧ୍ୟରେ ଘଟିଛି। ଏହା ବ୍ୟତୀତ ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ବିଷ୍ଣୁପୁର ଜିଲାର ଖୋରେଣ୍ଟାକ ପାଦଦେଶରେ ଏବଂ ଚୁରଚାନ୍ଦପୁର ଜିଲାର ଚିଙ୍ଗଫେଇ ଏବଂ ଖୁସାବୁଙ୍ଗ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା।

ଅଧିକାରୀଙ୍କ କହିବାନୁସାରେ, ବୁଧବାର ସାରେ ସର୍ବଶେଷ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଗୁଆହାଟୀକୁ ଚିକିତ୍ସା ପାଇଁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ଦିନ ପ୍ରାୟ ୯ ଟା ବେଳେ ଚୁରାଚାନ୍ଦପୁର ଜିଲା ଡାକ୍ତରଖାନାରେ ଚିକିତ୍ସା ସମୟରେ ଅନ୍ୟ ଜଣେ ଆହତଙ୍କ ମତ୍ୟୁ ଘଟିଛି।

Share