Categories: ଜାତୀୟ

ଇମ୍ଫାଲର ପଶ୍ଚିମ ଜିଲାରେ ବୋମା ଆକ୍ରମଣ

ଇମ୍ଫାଲ,୧୩।୯: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅଜ୍ଞାତ ବନ୍ଧୁକଧାରୀମାନେ କାଙ୍ଗପୋକପି ଜିଲାର ଆଦିବାସୀ ସମ୍ପ୍ରଦାୟର ତିନି ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗାଁରେ ଅଜ୍ଞାତ ବନ୍ଧୁକଧାରୀମାନେ ଲୋକଙ୍କୁ ଆକ୍ରମଣ କରି ସେମାନଙ୍କ ଘର ଉପରକୁ ବୋମା ଫିଙ୍ଗିଛନ୍ତି। ଘଟଣାରେ ଏଯାଏଁ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଅଧିକାରୀମାନେ କହିଛନ୍ତି ଅଜ୍ଞାତ ବନ୍ଧୁକଧାରୀମାନେ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ବୋଲି ସନ୍ଦେହ କରାଯାଉଛି। ସେମାନେ ତାରୁକ ଗ୍ରାମରେ ୧୦ଟି ବୋମା ଫିଙ୍ଗିଛନ୍ତି।

Share