Categories: ଜାତୀୟ

ମଣିପୁର ହିଂସାରେ ଚାଇନାର ହାତ, ଚୁପ କାହିଁକି ଅଛନ୍ତି ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୯।୬: ମଣିପୁରରେ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ହିଂସା ଲାଗି ରହିଛି। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ମଣିପୁର ହିଂସାକୁ ନେଇ ଉଦ୍ଧବ ବାଲାସାହେବଙ୍କ ଶିବସେନାର ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମଣିପୁରର ସ୍ଥିତି ଏଥିପାଇଁ ବିଗିଡି ଯାଉଛି କାରଣ ସେଠାକାର ଘଟଣାରେ ଚାଇନା ହସ୍ତକ୍ଷେପ କରୁଛି, ସେ ଭିତର ପର୍ଯ୍ୟନ୍ତ ପ୍ରବେଶ କରିଗଲାଣି, ହେଲ ପ୍ରଧାନମନ୍ତ୍ରୀ ମାଦି ଚୁପ ବସିଛନ୍ତି।

ରାଉତ କହିଛନ୍ତି, ମଣିପୁର ଜଳୁଛି ଏବଂ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପବନରେ କଥାବାର୍ତ୍ତା କରୁଛନ୍ତି। ଆମେ ଭାବିଥିଲୁ ଯେ ପ୍ରଧାନମନ୍ତ୍ରୀ ଆମେରିକା ଯିବା ପୂର୍ବରୁ ମଣିପୁରକୁ ଯାଇ ସେଠାରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିବେ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ମଧ୍ୟ ଏକ ବୈଠକ ଡାକିଥିଲେ ମଧ୍ୟ ଏଥିରେ କୌଣସି ସମାଧାନ ହୋଇପାରିଲା ନାହିଁ।
ଆମର ଦାବି ଥିଲା ଯେ ତୁମେ ମଣିପୁରକୁ ଏକ ସର୍ବଦଳୀୟ ପ୍ରତିନିଧି ଦଳ ନେଇ ଲୋକଙ୍କ ସହ ଏକ ସଂଳାପ ପ୍ରସ୍ତାବ ଦେବା ଉଚିତ। କିନ୍ତୁ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କେହି ଏ ବିଷୟରେ କହୁନାହାଁନ୍ତି। ମଣିପୁର ହିଂସାରେ ଚାଇନାର ହାତ ଅଛି କିନ୍ତୁ ସରକାର ଚାଇନା ନାମ ନେବାକୁ ପ୍ରସ୍ତୁତ ନୁହଁନ୍ତି ଯଦି ଏହି ପରିସ୍ଥିତିରେ ରାହୁଲ ଗାନ୍ଧୀ ମଣିପୁରକୁ ଯାଇ ସେଠାରେ ଥିବା ଲୋକଙ୍କ ସହ ଆଲୋଚନା କରନ୍ତି ଏବଂ ଶାନ୍ତି ପ୍ରସ୍ତାବ ଦିଆଯାଏ, ତେବେ ଆମେ ତାଙ୍କ ଗସ୍ତକୁ ସ୍ବାଗତ କରୁଛୁ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି।

Share