Advertisement

ମଣିପୁରରେ ମହିଳାଙ୍କୁ ଉଲଗ୍ନ ବୁଲାଇବା ଘଟଣା:  ଥିଲେ କାରଗିଲ୍‌ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ପତ୍ନୀ, କହିଲେ…

ଇମ୍ଫାଲ,୨୧।୭: ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ନେଇ ରାଜନୀତି ସରଗରମ ରହିଛି। ଅପରପକ୍ଷେ ଘଟଣା ମାନବିକତାର ମୃତ୍ୟୁ ବୋଲି ଅନେକ ପ୍ରତିକ୍ରିୟା ରଖୁଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ, ରାଜନେତା, କଳାକାରମାନେ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କାର୍‌ଗିଲ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ପତ୍ନୀ ଥିବା ଜଣାପଡ଼ିଛି। ସେ ଆସାମ ରେଜିମେଣ୍ଟରେ ସୁବେଦାର ଭାବେ କାମ କରିଥିଲେ। ତେବେ ଦେଶ ପାଇଁ ଲଢ଼ିଥିଲେ ହେଁ ସ୍ତ୍ରୀଙ୍କ ପାଇଁ କିଛି କରିପାରି ନ ଥିବାକୁ ନେଇ ତାଙ୍କ ଉପରେ କ’ଣ ବିତିଥିବ ତାହା କଳ୍ପନା କରିବା ମୁସ୍କିଲ ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ କାରଗିଲ ଯୁଦ୍ଧରେ ଦେଶ ପାଇଁ ଲଢ଼ିଥିଲି। ଭାରତୀୟ ଶାନ୍ତି ସେନାରେ ଶ୍ରୀଲଙ୍କାରେ ନିୟୋଜିତ ହୋଇଥିଲି। ଦେଶର ରକ୍ଷା କରିଥିଲି। ହେଲେ ଅବସର ପରେ ନିଜ ଘର, ସ୍ତ୍ରୀ, ଗ୍ରାମର ବନ୍ଧୁମାନଙ୍କ ରକ୍ଷା କରିପାରିଲି ନାହିଁ। ମୁଁ ଦୁଃଖିତ, ଭାଙ୍ଗିପଡ଼ିଛି ବୋଲି ସେ କହିଛନ୍ତି। ତେବେ ପୋଲିସ ସେଦିନ ଘଟଣାସ୍ଥଳରେ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share