Categories: ଜାତୀୟ

‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆସନ୍ତା ସପ୍ତାହରେ ମଣିପୁର ଯାଇପାରନ୍ତି ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୧।୭: ମଣିପୁରରେ ହିଂସା ଜାରି ରହିଥିବା ବେଳେ ବୁଧବାର ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତାର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ ଅନେକ ପ୍ରଶ୍ନ ଉଠାଇଛି ଆଉ ଏହାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ଟାର୍କେଟ କରିଛନ୍ତି। ଇତିମଧ୍ୟରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ମେଣ୍ଟ ‘ଇଣ୍ଡିଆ’(ଇଣ୍ଡିଆନ ନାଶନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ)ର ନେତା ଆଗାମୀ ସପ୍ତାହର ଶେଷରେ ମଣିପୁର ଗସ୍ତ କରିପାରନ୍ତି। ସୋମବାର ସକାଳେ ପାର୍ଲାମେଣ୍ଟରେ ବିରୋଧୀ ଦଳର ବୈଠକ ପରେ ତାରିଖ ଉପରେ ଶେଷ ନିଷ୍ପତ୍ତି ନିଆଯାଇପାରେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ମଣିପୁର ଯିବାର ସଙ୍କେତ ଦେଇ ସାରିଛନ୍ତି। ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ମୁଖ୍ୟ ବାନାର୍ଜୀ ଗୁରୁବାର କହିଥିଲେ କି ସେ ମଣିପୁର ଗସ୍ତକୁ ନେଇ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ମଣିପୁର ଗସ୍ତକୁ ନେଇ କୁଆଡେ କଥା ହୋଇଛନ୍ତି।

Share