ମଣିପୁର ଘଟଣାକୁ ନିନ୍ଦା କଲେ ଜୟା ବଚ୍ଚନ

ମୁମ୍ବାଇ,୨୦।୭: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଅଭିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସମସ୍ତେ ଏହି ଘଟଣାକୁ ଦୃଢ ନିନ୍ଦା କରୁଛନ୍ତି। ସେପଟେ ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ରୂପେ ଦେଖିପାରିବେ ନାହିଁ, ଏହା ଅତ୍ୟନ୍ତ ଦଃଖଦାୟକ।

ଜୟା ବଚ୍ଚନ କହିଛନ୍ତି, ମୁଁ ସେହି ଭିଡିଓକୁ ସମ୍ପୂର୍ଣ୍ଣ ରୂପେ ଦେଖି ନାହିଁ କି ମୁଁ ଦେଖି ପାରିବି ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣା ମେ’ରେ ଘଟିଥିଲା ଏବଂ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛ। କିନ୍ତୁ ଏହା ଉପରେ କେହି ସମବେଦନା ଜଣାଇନାହାନ୍ତି। ସମଗ୍ର ଦେଶରେ ମହିଳାମାନଙ୍କ ପ୍ରତି ଏତେ ଅପମାନ କାହିଁକି ହେଉଛି। ଏହା ଅତ୍ୟନ୍ତ ଦଃଖଦାୟକ।

Share