Categories: ଜାତୀୟ

ଗୋଟିଏ ମିନିଟ୍‌ରେ ଆଙ୍ଗୁଠିରେ ମାରିଲେ ୧୦୯ ପୁଶ ଅପ୍ସ

ଇମ୍ଫାଲ,୨୩।୧: ଆଙ୍ଗୁଠି ସହାୟତାରେ ଗୋଟିଏ ମିନିଟ୍‌ରେ ପୁଶ୍‌ ଅପ୍ସ ମାରିବାରେ ନୂଆ ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ମଣିପୁରର ଥୋଉନାଓଜାମ ନିରାଞ୍ଜୟ। ୨୪ ବର୍ଷୀୟ ଯୁବକ ଗୋଟିଏ ମିନିଟ୍‌ରେ ୧୦୯ ପୁଶ୍‌ ଅପ୍ସ ମାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ଦୁଇ ଥର ଗିନିଜ ଓ୍ବାଲର୍‌ଡ ରେକର୍ଡଧାରୀ ପୂର୍ବରୁ ଗୋଟିଏ ମିନିଟ୍‌ରେ ୧୦୫ ପୁଶ୍‌ ଅପ୍ସ ମାରିଥିଲେ। ସେ ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏଜେଡ୍‌ଟେକ୍ସ ସ୍ପୋଟର୍‌ସ ପକ୍ଷରୁ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଆୟୋଜନ କରାଯାଇଥିଲା। ନରାଞ୍ଜୟଙ୍କ ପୁଶ୍‌ ଅପ୍ସ ମାରିବା ବେଳର ଭିଡିଓ ଶେୟାର କରି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

“ଆଙ୍ଗୁଠିରେ ପୁଶ୍‌ ଅପ୍ସ ମାରି ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଥିବା ମଣିପୁରୀ ଯୁବକ ଟି. ନିରଞ୍ଜୟ ସିଂଙ୍କ ଅବିଶ୍ୱସନୀୟ ଶକ୍ତି ଦେଖି ଆଶ୍ଚର୍ଯ୍ୟଚକିତ। ମୁଁ ତାଙ୍କ ସଫଳତା ପାଇଁ ଗର୍ବିତ” ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି।

Share