Categories: ଜାତୀୟ

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ ବଡ଼ ସଫଳତା ହାସଲ ମିଳିଛି। ମଣିପୁରର ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଛି। ସରକାର ଏହି ଗୋଷ୍ଠୀ ସହ କିଛି ଦିନ ହେବ ଆଲୋଚନା ଚଳାଇଥିଲେ। ୟୁନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (ୟୁଏନ୍ଏଲ୍ଏଫ୍) ବୁଧବାର ଏକ ସ୍ଥାୟୀ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଏହି ପୋଷ୍ଟରେ ଗୃହମନ୍ତ୍ରୀ ଲେଖିଛନ୍ତି, ଏକ ଐତିହାସିକ ସଫଳତା ହାସଲ ହୋଇଛି। ଉତ୍ତର-ପୂର୍ବ ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ସରକାର ସରକାରଙ୍କ ଅକ୍ଲାନ୍ତ ଉଦ୍ୟମରେ ଭାରତୀୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡା ଯାଇଛି। ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) ଆଜି ନୂଆଦିଲ୍ଲୀରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି।

ଅନୁସୂଚିତ ଜନଜାତି(ଏସଟି) ମାନ୍ୟତା ଦେବାକୁ ମୈତେଇ ସମ୍ପ୍ରଦାୟର ଦାବି ବିରୋଧରେ ମଣିପୁରରେ ମେ ମାସ ୩ ତାରିଖରେ ଆୟୋଜିତ ଆଦିବାସୀ ଏକତା ରାଲି ପରେ ଆରମ୍ଭ ହୋଇଥିବା ହିଂସାରେ ୧୮୦ ଜଣ ଲୋକେ ପ୍ରାଣ ହରାଇଥିଲେ। ମଣିପୁର ଜନସଂଖ୍ୟାର ୫୩ ପ୍ରତିଶତ ମୈତେଇ ସମ୍ପ୍ରଦାୟର ଅଟନ୍ତି। ସେମାନେ ମୁଖ୍ୟତ ଇମ୍ଫାଲ ଉପତ୍ୟକାରେ ବାସ କରୁଥିବାବେଳେ ଆଦିବାସୀ (ନାଗା ଏବଂ କୁକି) ଜନସଂଖ୍ୟାର ୪୦ ପ୍ରତିଶତ, ସେମାନେ ପାହାଡ ଅଞ୍ଚଳରେ ରୁହନ୍ତି।

ୟୁଏନ୍ଏଲ୍ଏଫ୍ୟୁ: ନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (ୟୁଏନ୍ଏଲ୍ଏଫ୍) ମଣିପୁରର ୟୁନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଭାବରେ ମଧ୍ୟ ଜଣାଶୁଣା। ଏହା ଉତ୍ତର-ପୂର୍ବ ଭାରତର ମଣିପୁର ରାଜ୍ୟରେ ସକ୍ରିୟ ଥିବା ଏକ ବିଚ୍ଛିନ୍ନତାବାଦୀ ବିଦ୍ରୋହୀ ଗୋଷ୍ଠୀ ଅଟେ। ଏହାର ଉଦ୍ଦେଶ୍ୟ ହେଉଛି ଏକ ସାଅର୍ବଭୌମତ୍ଵ ତଥା ସମାଜବାଦୀ ମଣିପୁର ପ୍ରତିଷ୍ଠା କରିବା।

Share