ମନୀଷ ମୃତ୍ୟୁ ମାମଲା: ୩ ଅଭିଯକ୍ତଙ୍କୁ ମିଳିଲା ରିମାଣ୍ଡ ଅନୁମତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଇନ୍‌ଫୋସିଟି ପୋଲିସ। ସୋମବାରଠରୁ ସେମାନଙ୍କୁ ରିମାଣ୍ଡରେ ପୋଲିସ ନେବ । ଏ ନେଇ ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା କୋର୍ଟ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଏହିଘଟଣାରେ କମିଶନରେଟ ପୋଲିସ ୩ ଅଭିଯୁକ୍ତ ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ଶନିବାର ଗିରଫ କରାଯାଇ କୋର୍ଟଚାଲାଣ କରିଥିଲା।

Share