Categories: ଜାତୀୟ

୧୦ହଜାର ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ,୨୯।୯: ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା ପୋଷାକର ଉତ୍କୃଷ୍ଟ ଡିଜାଇନ ପାଇଁ ଜଣାଶୁଣା। ଭିଆଇପିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପୋଷାକ ଡିଜାଇନଙ୍ଗ୍‌ ପାଇଁ ମନୀଷ ଲୋଡା ପଡନ୍ତି। ମନୀଷ ଏବେ ଏକ ନୂଆ କାମ ହାତକୁ ନେଇଛନ୍ତି। ଏୟାର ଇଣ୍ଡିଆର ୧୦ହଜାରରୁ ଅଧିକ କର୍ମଚାରୀଙ୍କ ପାଇଁ ସେ ଏୟାର ଇଣ୍ଡିଆ ନୂଆ ୟୁନିଫର୍ମ ଡିଜାଇନ କରିବେ। କ୍ୟାବିନ କ୍ରୁ, କକ୍ପିଟ କ୍ରୁ, ଗ୍ରାଉଣ୍ଡ ଓ ସୁରକ୍ଷା କର୍ମୀଙ୍କ ସମେତ ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ନୂଆ ଡିଜାଇନର ପୋଷାକ ତିଆରି ହେବ।

Share