Categories: ଜାତୀୟ

ଜାମିନ ଆବେଦନ କଲେ ମନୀଷ ସିସୋଡିଆ,ଶନିବାର ଶୁଣାଣି

ନୂଆଦିଲ୍ଲୀ,୩।୩: ଆମ ଆଦମୀ ପାର୍ଟି (ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରୋଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସିସୋଡିଆ ଜାମିନ ଆବେଦନ କରିଥିବା ଜଣାପଡିଛି। ତେବେ ଶନିବାର ଏହାର ଶୁଣାଶି ହେବ।
ଦିଲ୍ଲୀ ମଦ ନୀତି ମାମଲାରେ ଫେବୃୟାରୀ ୨୬ରେ ସିସୋଡିଆଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Share