ନୂଆଦିଲ୍ଲୀ,୩।୬: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଶନିବାର ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ସିସୋଡିଆଙ୍କୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ଆଜି ପୂର୍ବାହ୍ନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଭେଟିବାକୁ ଅନୁମତି ଦେଇଥିଲେ। ଏହା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ କୋର୍ଟ ସଂରକ୍ଷିତ ରଖିଛନ୍ତି।
କୋର୍ଟ ଶୁଣାଣି କରି କହିଛନ୍ତି, ସିସୋଡିଆ ଦିଆଯାଇଥିବା ସମୟ ମଧ୍ୟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବେ ନାହିଁ। ସେ କେବଳ ତାଙ୍କ ପରିବାର ସହିତ କଥା ହୋଇପାରିବେ। ଏହା ବ୍ୟତୀତ ସେ ମୋବାଇଲ ଏବଂ ଇଣ୍ଟରନେଟ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଶନିବାର ସା ସୁଦ୍ଧା ତାଙ୍କ ସ୍ତ୍ରୀଙ୍କ ଡାକ୍ତରୀ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିସୋଡିଆଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ତାଙ୍କୁ ପୋଲିସ ହେପାଜତରେ ଭେଟି ପାରିବେ। ସୂଚନାଯୋଗ୍ୟ, ସିସୋଡିଆ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ଦର୍ଶାଇ ଜାମିନ ମାଗିଥିଲେ।