Categories: ଜାତୀୟ

ସିସୋଡିଆଙ୍କୁ ଜାମିନ ମିଳିବା ପରେ ଆତିଶୀଙ୍କ ଆଖିରେ ଲୁହ, ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୯।୮: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ପ୍ରତିକ୍ରିୟା ଆସିଛି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ମନ୍ତ୍ରୀ ଆତିଶୀ ଭାବପ୍ରବଣ ହୋଇଯାଇଛନ୍ତି। ସେ କହିଛନ୍ତି ଯେ ଆଜି ସତ୍ୟ ଜିତିଛି, ଦିଲ୍ଲୀର ଛାତ୍ରଙ୍କର ବିଜୟ ହୋଇଛି। ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା, କାରଣ ସେ ଗରିବ ପିଲାମାନଙ୍କୁ ଭଲ ଶିକ୍ଷା ଦେଉଥିଲେ। ଏମିତି କହି ତାତ୍ସଲ୍ୟ କରିଛନ୍ତି ଆତିଶୀ।

ସୁପ୍ରିମକୋର୍ଟ ଶୁକ୍ରବାର ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଏହି ମାମଲାରେ ବିଚାରପତି ବି.ଆର ଗାଭାଇ ଏବଂ କେ.ବି ବିଶ୍ୱନାଥଙ୍କ ଖଣ୍ଡପୀଠ ତିନିଦିନ ପୂର୍ବରୁ ସଂରକ୍ଷିତ ରଖିଥିଲେ। ମନୀଷ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମନୀଷଙ୍କ ଜାମିନ ଖାରଜ କରିଦେଇଥିଲେ।

Share