ନୂଆଦିଲ୍ଲୀ, ୫।୬: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଦିଲ୍ଲୀ ହାଇକୋର୍ଟ ସୋମବାର ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସିସୋଡିଆ ଦିଲ୍ଲୀ ହାଇକୋର୍ଟରୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ଏହା ଉପରେ କୋର୍ଟ କହିଛନ୍ତି ଯେ. ମନୀଷ ସିସୋଡିଆ ସାକ୍ଷୀ ତଥା ପ୍ରମାଣ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ୬ ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ଶୁଣାଣି କରି ଏହି ଘୋଷଣା କରିଛନ୍ତି।