Categories: ଜାତୀୟ

ସିସୋଡିଆଙ୍କୁ ଲାଗିଲା ବଡ ଝଟକା

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଅବକାରୀ ନୀତି ମାମଲାରେ ବଡ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉଜ ଏଭେନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମକେ ନାଗପାଲ ମନିଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।
ତଳ କୋର୍ଟଙ୍କ ଏହି ରାୟକୁ ନେଇ ସିସୋଡିଆ ଦିଲ୍ଲୀ ହାଇକୋର୍ଟ ଯିବେ। କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାମିନ ଆବେଦନକୁ ବିରୋଧ କରିଥିଲା। ଇଡି କହିଥିଲା ଏବେ ଯାଞ୍ଚ ମହତ୍ୱପୂର୍ଣ୍ଣ ଷ୍ଟେଜରେ ରହିଛି, ଏଏପିର ବରିଷ୍ଠ ନେତା ଏହା ଦେଖାଇବାକୁ ମନଗଢା ଇମେଲ ପ୍ରସ୍ତୁତ କରିଛନ୍ତି କି ନୀତିକୁ ସାର୍ବଜନିକ ସ୍ବୀକୃତି ହାସଲ ହୋଇଥିଲା।
ସୂଚନାଯୋଗ୍ୟ, ଅବକାରୀ ନୀତିରେ କଥିତ ଅନିୟମିତତା ଅଭିଯୋଗରେ ସିବିଆଇ ୨୬ ଫେବୃୟାରୀରେ ସିସୋଡିଆଙ୍କୁ ଗିରଫ କରିଥିଲା

Share