ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ମନୀଷ ସିସୋଡିଆଙ୍କୁ ବଡ ଝଟକା। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ସିସୋଡିଆ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ମନୀଷ ସିସୋଡିଆଙ୍କୁ ଫେବୃୟାରୀ ୨୬ରେ ଗିରଫ କରାଯାଇଥିଲା। ଏହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ତିହାର ଜେଲରେ ମଧ୍ୟ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ମଧ୍ୟ ସିସୋଡିଆ କୋର୍ଟରେ ଜାମିନ ଆବେଦନ କରିଥିଲେ।