Categories: ଜାତୀୟ

ଜାମିନ ଆବେଦନ ସ୍ଥଗିତ, ଏପ୍ରିଲ ୫ ଯାଏ ଜେଲରେ ରହିବେ ସିସୋଡିଆ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ନ୍ୟାୟିକ ହେପାଜତରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶନିବାର ସ୍ଥଗିତ ରଖାଯାଇଛି। ତେବେ ତାଙ୍କ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ରେ ହେବ। ସିସୋଡିଆଙ୍କ ଓକିଲ କହିଛନ୍ତି ଯେ ସେ ଏ ପର୍ଯ୍ୟନ୍ତ ଇଡିର ଉତ୍ତର କପି ପାଇନାହାଁନ୍ତି ଏବଂ ତାଙ୍କ ଉତ୍ତର ଦାଖଲ କରିବାକୁ ଅଧିକ ସମୟ ଦରକାର। ଓକିଲଙ୍କ ଏହି ଯୁକ୍ତି ପରେ କୋର୍ଟ ଶୁଣାଣି ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Share