Categories: ଜାତୀୟ

ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ସିସୋଡିଆଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ଅକ୍ଟୋବର ୩୦ରେ, ସୁପ୍ରିମକୋର୍ଟ ମଦ ଦୁର୍ନୀତି ମାମଲାରେ ସିସୋଡିଆକୁ ଜାମିନ୍‌ ଦେବାକୁ ମନା କରିଦେଇଥିଲେ। ହେଲେ ସେ ଏହି ଆଦେଶର ପୁନର୍ବିଚାର କରିବାକୁ ଦାବି କରୁଥିଲେ। ସିସୋଡିଆ ୨୯ ନଭେମ୍ବରରେ ସୁପ୍ରିମକୋର୍ଟରେ ଏକ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ।

ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଜାମିନ୍‌ ପ୍ରଦାନ କରି କହିଥିଲେ, ଅନୁସନ୍ଧାନକାରୀ ସଂସ୍ଥା ୩୩୮ କୋଟି ଟଙ୍କାର କାରବାର ପ୍ରମାଣ କରିପାରିଛି। ବର୍ତ୍ତମାନ ସେ ଜାମିନ୍‌ ପାଇପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ନିମ୍ନ ଅଦାଲତରେ ମାମଲା ମାସ ମଧ୍ୟରେ ଶେଷ ନ ହୁଏ, ତେବେ ଜାମିନ୍‌ ଆବେଦନ ପୁଣି କରାଯାଇପାରିବ।

Share