Categories: ଜାତୀୟ

ମନିଷ ସିସୋଡିଆଙ୍କ ବିରୋଧରେ ଚାର୍ଜସିଟ ଉପରେ ୧୦ ମେ’ରେ ଶୁଣାଣି

ନୂଆଦିଲ୍ଲୀ,୬।୫: ଆମ ଆଦମୀ ପାର୍ଟି(ଏଏପି)ର ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାଖଲ କରିଥିବା ଚାର୍ଜସିଟ ଉପରେ ରାଉଜ ଏଭେନ୍ୟୁ କୋର୍ଟରେ ୧୦ ମେ’କୁ ଶୁଣାଣି ପାଇଁ ନିଷ୍ପତ୍ତି ନିଆଯାଇଛି। ଶନିବାର କୋର୍ଟ ଏହା କହିଛନ୍ତି। ଏହାସହ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କି ମାମଲା ସହ ଜଡିତ ପ୍ରମାଣ ଯେମିତିକି ସିଡି, ଡିଭିଡି, ପେନ ଡ୍ରାଇଭ ଆଦି ମେ ୮ ମଧ୍ୟରେ କୋର୍ଟରେ ଜମା କରିବାକୁ ପଡିବ।

ସୂଚନାଯୋଗ୍ୟ, ଅବକାରୀ ଘୋଟାଲା ମାମଲାରେ ଇଡିର ଏହା ଚତୁର୍ଥ ସପ୍ଲିମେଣ୍ଟାରୀ ଚାର୍ଜସିଟ ଯାହାକୁ ଦାଖଲ କରି ଇଡି କୋର୍ଟକୁ କହିଥିଲା କି ଅବକାରୀ ଘୋଟାଲା ମାମଲାରେ ମନିଷ ସିସୋଡିଆଙ୍କ ଅଭିଯୁକ୍ତ ସଂଖ୍ୟା ୨୯। ସିସୋଡିଆଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ୨୧୦୦ ପେଜ ରହିଛି। ଇଡି କୋର୍ଟଙ୍କୁ ଏହା ମଧ୍ୟ କହିଥିଲା କି ଯାଞ୍ଚରୁ ଜଣାପଡିଛି କି ମନିଷ ସିସୋଡିଆଙ୍କ ଦ୍ୱାରା ଅବକାରୀ ମନ୍ତ୍ରୀ ଥିବା ସମୟରେ ପ୍ରାୟ ୬୨୨ କୋଟି ଟଙ୍କା ଅପରାଧ ଆୟ ସମ୍ପର୍କରେ ଜଣାପଡିଛି। ଏସବୁର ପ୍ରମାଣ ସାପୋର୍ଟ କପି ୮ ମେ’ ମଧ୍ୟରେ କୋର୍ଟରେ ଜମା କରିବାକୁ କୁହାଯାଇଛି।

Share