Categories: ଜାତୀୟ

ମୁହଁ ଖୋଲୁ ନାହାନ୍ତି ସିସୋଡିଆ, ମାର୍ଚ୍ଚ ୬ ଯାଏ ବଢ଼ିଲା ସିବିଆଇ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୪।୩: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସିବିଆଇ ରିମାଣ୍ଡକୁ ମାର୍ଚ୍ଚ ୬ ଯାଏ ବୃଦ୍ଧି କରାଯାଇଛି। ଅପରପକ୍ଷେ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ମାର୍ଚ୍ଚ ୧୦ରେ ଶୁଣାଣି ହେବ ବୋଲି ଦିଲ୍ଲୀ କୋର୍ଟ ଧାର୍ଯ୍ୟ କରିଛନ୍ତି। ଏପରିକି ଏହି ଜାମିନ ଆବେଦନ ଉପରେ କୋର୍ଟ ସିବିଆଇକୁ ନୋଟିସ୍‌ ଜାରି କରିଛନ୍ତି।

ସିବିଆଇ ପଚରାଉଚରାକୁ ନେଇ ସିସୋଡିଆ କହିଛନ୍ତି, ସେମାନେ ମୋତେ ୯-୧୦ ଘଣ୍ଟା ଧରି ପଚରାଉଚରା ପାଇଁ ବସାଉଛନ୍ତି। ବାରମ୍ବାର ମୋତେ ସମାନ ପ୍ରଶ୍ନ ପଚାରୁଛନ୍ତି। ଏହା ମାନସିକ ନିର୍ଯାତନାଠାରୁ କମ୍‌ ନୁହେଁ।

ଏହି ମାମଲାରେ ଏଏପି ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି ଯେ ପ୍ରମାଣ ଏବଂ ସତ୍ୟ ସହ ସିବିଆଇର କୌଣସି ସମ୍ପର୍କ ନାହିଁ। ସେମାନେ କେବଳ କେନ୍ଦ୍ର ସରକାର କ’ଣ କହୁଛନ୍ତି ତାହା ଶୁଣୁଛନ୍ତି। କେବଳ ସିସୋଡିଆଙ୍କୁ ହଇରାଣ କରିବାକୁ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯାଉଛି।

Share