Categories: ଜାତୀୟ

କୋର୍ଟଙ୍କ କେତେକ ସର୍ତ୍ତ ପରେ ରିମାଣ୍ଡରେ ଗଲେ ସିସୋଡିଆ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରୋଜ ଏଭିନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛି। ତେବେ ରିମାଣ୍ଡରେ ସିସୋଡିଆଙ୍କୁ ସବୁବେଳେ ସିସିଟିଭି ନଜର ରଖାଯିବା ପାଇଁ
ସ୍ବତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏମ୍‌.କେ ନାଗପାଲ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସିସୋଡିଆ ପୂର୍ବରୁ ଏହି ଘଟଣାରେ ଦୁଇଥର ପଚରାଉଚରା କରାଯାଇଥିଲା। ହେଲେ ସିସୋଡିଆ ଅଧିକାଂଶ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନଥିଲେ। ତେବେ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଏକ ସଠିକ ଏବଂ ନିରପେକ୍ଷ ଯାଞ୍ଚର ଆବଶ୍ୟକ।

Share