ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଜାମିନ ପାଇଁ ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିସୋଡିଆଙ୍କ ଜାମିନ ଆବେଦନକୁ ୨୮ ଏପ୍ରିଲରେ ଟ୍ରାଏଲ କୋର୍ଟ ଖାରଜ କରିଦେଇଥିଲେ।
ଦିଲ୍ଲୀ ମଦ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ କରୁଛି। ଏହି ମାମଲାରେ ମନୀଷ ସିସୋଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଭଳି ପରିସ୍ଥିତିରେ ତାଙ୍କୁ ଜାମିନ ଦିଆଯିବା ଉଚିତ ନୁହେଁ ବୋଲି ଇଡି କୋର୍ଟରେ କହିଛି।