Categories: ଜାତୀୟ

ଜେଲରେ ଥାଇ ଚିଠି ଲେଖିଲେ ସିସୋଡିଆ

ନୂଆଦିଲ୍ଲ,୯।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆ ତିହାର ଜେଲରୁ ଦେଶକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଟୁଇଟରରେ ଶେୟାର କରିଛନ୍ତି। ତେବେ ଶେୟାର କରି କେଜ୍‌ରିଓ୍ବାଲ ଲେଖିଛନ୍ତି, ଭାଜପା ଲୋକଙ୍କୁ ଜେଲକୁ ପଠାଇ ରାଜନୀତି କରୁଛି। ହେଲେ ଆମେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ରାଜନୀତି କରୁଛୁ। ଜେଲକୁ ପଠାଇବା ସହଜ, ପିଲାମାନଙ୍କୁ ଶିକ୍ଷା ଦେବା ବହୁତ କଷ୍ଟସାଧ୍ୟ। ରାଷ୍ଟ୍ର ଶିକ୍ଷା ଯୋଗୁ ଅଗ୍ରଗତି କରିବ, ଜେଲକୁ ପଠାଇକି ନୁହେଁ। ମନୀଷ ସିସୋଡିଆ ତାଙ୍କ ଚିଠିର ଶୀର୍ଷରେ ଶିକ୍ଷା, ରାଜନୀତି ଏବଂ ଜେଲ ଲେଖିଛନ୍ତି। ସେ କହିଛନ୍ତି, ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଏହି ପ୍ରଶ୍ନ ଅନେକ ସମୟରେ ମନରେ ଉଠିଥାଏ ଯେ, ଦେଶ ତଥା ରାଜ୍ୟର ଉଚ୍ଚରେ ପହଞ୍ଚିଥିବା ନେତାମାନେ ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ଉତ୍କୃଷ୍ଟ ବିଦ୍ୟାଳୟ ଓ କଲେଜ ପାଇଁ କାହିଁକି ବ୍ୟବସ୍ଥା କରିନାହାଁନ୍ତି? ସେ ଆହୁରି ମଧ୍ୟ ତାଙ୍କ ଚିଠିରେ ଲେଖିଛନ୍ତି, ଦେଶ, ସବୁ ରାଜନୀତି ଥରେ ମାତ୍ର ଶିକ୍ଷା କାର୍ଯ୍ୟରେ ଜଡିତ ହୋଇଥାନ୍ତା, ତେବେ ଆଜି ଆମ ଦେଶର ପ୍ରତ୍ୟେକ ପିଲା ବିକଶିତ ଦେଶ ପରି ସର୍ବୋତ୍ତମ ବିଦ୍ୟାଳୟ ଥାନ୍ତା। ତା’ହେଲେ ସଫଳ ରାଜନୀତି କାହିଁକି ସର୍ବଦା ଶିକ୍ଷାକୁ ଦୂରେଇ ରଖିଛି? ବର୍ତ୍ତମାନ ଜେଲ ରାଜନୀତି ସଫଳ ହୋଇଥିବା ପରି ମନେ ହେଉଛି, କିନ୍ତୁ ଭାରତର ଭବିଷ୍ୟତ ଶିକ୍ଷା ରାଜନୀତିରେ ଅଛି।

Share