Categories: ଜାତୀୟ

ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଲେ ସିସୋଡିଆ

ନୂଆଦିଲ୍ଲୀ,୩।୫: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଓ ତାଙ୍କର ଚିକିତ୍ସା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ପାଇଁ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛନ୍ତି। ବୁଧବାର ଏହି ମାମଲାରେ କୋର୍ଟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ)କୁ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ୨୫ ଏପ୍ରିଲରେ ହଠାତ୍‌ ଅସୁସ୍ଥ ହେବା କାରଣରୁ ଦିଲ୍ଲୀ ଅବକାରୀନୀତି ଘୋଟାଲା ମାମଲାରେ ତିହାର ଜେଲରେ ବନ୍ଦ ଥିବା ମନିଷ ସିସୋଡିଆ ପତ୍ନୀ ସୀମା ସିସୋଡିଆଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରଠାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୬ ଏପ୍ରିଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ହସ୍ପିଟାଲରେ ପହଞ୍ଚି ସୀମା ସିସୋଡିଆଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ସୀମାଙ୍କ ସ୍ବାସ୍ଥ ସମ୍ପର୍କରେ ଡାକ୍ତରମାନଙ୍କ ସହ କେଜରିଓ୍ବାଲ ଆଲୋଚନା ବି କରିଥିଲେ।

Share