ନୂଆଦିଲ୍ଲୀ,୬।୪: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିିଟରେ ରାଜେଶ ଜୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଥିଲା। ଇତିମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଦାବି କରିଛି ଯେ, ଇଡିର ତୃତୀୟ ଚାର୍ଜଶିଟରେ ମଧ୍ୟ ମନୀଷ ସିସୋଡିଆଙ୍କ ନାମ ନାହିଁ। ସିସୋଡିଆଙ୍କ ନାମ ପ୍ରଥମ ଏବଂ ଦ୍ୱିତୀୟ ଚାର୍ଜଶିିଟରେ ମଧ୍ୟ ନ ଥିଲା। ସୂଚନାଯୋଗ୍ୟ, ରୌଜ ଆଭେନ୍ୟୁ କୋର୍ଟ ଏପ୍ରିଲ ୧୪ରେ ଚାର୍ଜଶିିଟକୁ ନେଇ ଶୁଣାଣି କରିବେ।