ନୂଆଦିଲ୍ଲୀ,୧୦।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଦ୍ୱିପ୍ରହର ୨ଟାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ହାଜର କରିଯାଇଥିଲା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ ସିବିଆଇ ଦ୍ୱାରା ଗିରଫଦାରୀ ଉପରେ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ରହିଥିଲା। ତେବେ କୋର୍ଟ ଏହି ମାମାଲର ଶୁଣାଣି କରି କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆଗାମୀ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ଶୁଣାଣି ସମୟରେ ଇଡି କୋର୍ଟଙ୍କୁ ସିସୋଡିଆଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଥିଲା। କିନ୍ତୁ କୋର୍ଟ ତାଙ୍କୁ ୭ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।