ନୂଆଦିଲ୍ଲୀ,୯।୩: ଆମ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ଦିଲ୍ଲୀର ଏଲଜି ହାଉସରେ ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ନର ଭି.କେ ସକ୍ସେନା ଉଭୟଙ୍କୁ ଶପଥପାଠ କରାଇଥିଲେ। ଏହାପରେ ଆତିଶୀ ଗିରଫ ହୋଇଥିବା ୨ ମନ୍ତ୍ରୀକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଏପି ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ଜେଲରୁ ମୁକୁଳିବା ପରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ନେବେ। ପୁଣି ଉଭୟଙ୍କୁ ନୂଆକରି ନିଯୁକ୍ତ କରାଯିବ। ସ୍ବାଧନତା ପରଠାରୁ ସ୍ବାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ ଭାବରେ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଡିଆ ଐତିହାସିକ କାର୍ଯ୍ୟ କରିଛନ୍ତି। ଭଗବାନ ରାମଚନ୍ଦ୍ର ଯେପରି ବନବାସ ଯାଇଥିଲେ,ସେତେବେଳେ ତାଙ୍କ ଭାଇ ଭରତ ରାଜ୍ୟକୁ ପରିଚାଳନା କରିଥିଲେ, ଆମେ ସେପରି କାର୍ଯ୍ୟ କରିବୁ ବୋଲି ଆତିଶୀ କହିଛନ୍ତି।