Categories: ଜାତୀୟ

ଏପ୍ରିଲ ୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୨୨।୩: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ବଡୁଆ ବଢିବାରେ ଲାଗିଛି। ପାଞ୍ଚ ଦିନିଆ ରିମାଣ୍ଡ ଶେଷ ହେବା ପରେ ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଡିଆଙ୍କୁ ଉପସ୍ଥାପନ କରିଥିଲେ। ଏହି ମାମଲାରେ ସିସୋଡିଆଙ୍କୁ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଧିକ ରିମାଣ୍ଡରେ ନେବାକୁ ଚେଷ୍ଟା କରି ନାହିଁ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ସିସୋଡିଆକୁ ୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଫଳରେ ସିସୋଡିଆଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ପଡିବ।
କୋର୍ଟରେ ମନୀଷ ସିସୋଡିଆ ଜଜ ଏମ.କେ ନାଗପାଲଙ୍କୁ ଜେଲରେ ପଢିବାକୁ ଆଉ କିଛି ପୁସ୍ତକ ଦାବି କରିଥିଲେ। ଏଥିପାଇଁ ସେ କୋର୍ଟରେ ଏକ ଆବେଦନ କରିଥିଲେ। କୋର୍ଟ କହିଛନ୍ତି, ମନୀଷ ସିସୋଡିଆ ଚାହୁଁଥିବା ପୁସ୍ତକ ତାଙ୍କୁ ଦିଆଯିବ।
ସୂଚନାଯୋଗ୍ୟ, ଅବକାରୀ ଦୁର୍ନୀତି ଅଭିଯୋଗରେ ସିସୋଡିଆଙ୍କୁ ୨୬ ଫେବୃଆରୀରେ ସିବିଆଇ ଗିରଫ କରିଥିଲା।

Share