Categories: ଜାତୀୟ

ଜେଲରୁ ବାହାରିବା ପରେ ସକାଳୁ ପତ୍ନୀଙ୍କ ସହ ଚା’ ପିଇବାର ଫଟୋ ଶେୟାର କରି ଏମିତି ଲେଖିଲେ ସିସୋଡିଆ

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଏକ୍ସାଇଜ ପଲିସି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୭ ମାସ ପରେ ସିସୋଡିଆ ଜେଲରୁ ବାହାରିଛନ୍ତି। ଆଜି ପୂର୍ବତନ ଶିକ୍ଷା ମନ୍ତ୍ରୀ ତାଙ୍କ ପତ୍ନୀ ସୀମା ସିସୋଡିଆଙ୍କ ସହ ଚା’ ପିଇବାର ଏକ ଫଟୋ ଶେୟାର କରିଛନ୍ତି।

ଏହା ସହିତ ସେ ଲେଖିଛନ୍ତି, ସ୍ବଧୀନତାର ପ୍ରଭାତରେ ପ୍ରଥମ ଚା, ୧୭ ମାସ ପରେ! ସମ୍ବିଧାନ ଆମ ସମସ୍ତ ଭାରତୀୟଙ୍କୁ ବଞ୍ଚିବାର ଅଧିକାରର ଗ୍ୟାରେଣ୍ଟି ରୂପରେ ଦେଇଛି। ସେହି ସ୍ବାଧୀନତା ଯାହା ଭଗବାନ ଆମକୁ ଖୋଲା ଆକାଶରେ ନିଶ୍ୱାସ ନେବାକୁ ଦେଇଛନ୍ତି।

Share