Categories: ଜାତୀୟ

ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଡିଆ

ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଞ୍ଚ ଦିନିଆ ସିବିଆଇ ରିମାଣ୍ଡରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଅଭିଷେକ ମନୁ ସିଂଘବୀ ଗିରଫଦାରୀ ବିରୋଧରେ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ତୁରନ୍ତ ଏହି ମାମଲାର ଶୁଣାଣି ତ୍ୱରାନ୍ବିତ କରିବାକୁ ମନୀଷ ସିସୋଡିଆଙ୍କ ଓକିଲ କୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି। ଖୁବ ଶୀଘ୍ର ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ଆବେଦନ କରାଯିବ।
ସୂଚନାଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ଦୀର୍ଘ ୮ ଘଣ୍ଟା ପଚରାଉଚରା ପରେ ରବିବାର ସିବିଆଇ ମନୀଷ ସିସୋଦିଆଙ୍କୁ ରବିବାର ଗିରଫ କରିଥିଲା। ଗିରଫ ପରେ ସିସୋଡିଆଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। ପରେ ସିସୋଡିଆଙ୍କ ରିମାଣ୍ଡ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି।

Share