Categories: ଜାତୀୟ

ସିସୋଡିଆଙ୍କୁ ଖୁବ୍‌ଶୀଘ୍ର ମିଳିବ ଜାମିନ୍‌!, ଡି ଓ୍ବାଇ ଚନ୍ଦ୍ରଚୂଡ ଦେଲେ ଇସାରା

ନୂଆଦିଲ୍ଲୀ,୯।୭: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମନୀଷ ସିସୋଡିଆ ସୋମବାର ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭୀ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଛନ୍ତି। ଜାମିନ ଆବେଦନର ଶୀଘ୍ର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ତେବେ ଏହାକୁ ନେଇ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏମିତି କିଛି କହିଛନ୍ତି ଯାହାପରେ ସିସୋଡିଆଙ୍କୁ ବେଲ୍‌ ମିଳିବା ନେଇ ଅନୁମାନ କରାଯାଉଛି।

ଅଭିଷେକ ମନୁ ସିଂଭି କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, ମନୀଷ ସିସୋଡିଆ ଦେଢ଼ ବର୍ଷ ହେଲା ଜେଲରେ ଅଛନ୍ତି। ମାମଲାର ଶୁଣାଣି ଶୀଘ୍ର ହେବ ବୋଲି କୋର୍ଟ କହିଥିଲେ ହେଲେ ଏପର୍ଯ୍ୟନ୍ତ ଆରମ୍ଭ କରି ନାହାନ୍ତି। ଏନେଇ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି, ଆପଣ ଏକ ଇ-ମେଲ ପଠାଇଛନ୍ତି କି? ମୁଁ ଏହାକୁ ଦେଖିବି।

ସୂଚନାଥାଉ କି, ଦିଲ୍ଲୀ ହାଇକୋର୍ଟର ମେ ୨୧ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

Share