ନୂଆଦିଲ୍ଲୀ, ୭।୩: ଦିଲ୍ଲୀ ଅବକାରୀ ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଙ୍ଗଳବାର ପଚରାଉଚରା କରିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଅପରାହ୍ନ ୨ଟାରେ ତିହାର ଜେଲରେ ପହଞ୍ଚିବ। ତେବେ ଇଡି ପ୍ରଥମଥର ପାଇଁ ସିସୋଡିଆଙ୍କୁ ଅବକାରୀ ମାମଲାରେ ଜେରା କରିବ। ଏହି ମାମଲାରେ ସିସୋଡିଆଙ୍କୁ ପୁଣିଥରେ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇଛନ୍ତି। ସେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ସେହି ସମୟରେ ସିସୋଡିଆ ଜାମିନ ଆବେଦନ କରିଥିବା ବେଳେ ଏହାର ଶୁଣାଣି ମାର୍ଚ୍ଚ ୧୦ରେ ହେବ।