ନୂଆଦିଲ୍ଲୀ,୧୮।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ୫ ଦିନ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାରେ ଇଡି ତାଙ୍କ ପିଏ ଦେବେନ୍ଦ୍ର ଶର୍ମାଙ୍କୁ ପଚରାଉଚରା ପାଇଁ ଶନିବାର ଡକାଇଥିବା ଜଣାପଡିଛି। ସୂଚନାନୁସାରେ, ପୂର୍ବରୁ ମଧ୍ୟ ପିଏ ଶର୍ମାଙ୍କୁ ଡକାଯାଇଥିଲା, କିନ୍ତୁ ସେ ସମୟ ମାଗିଥିଲେ। ଏହାପୂର୍ବରୁ ସିବିଆଇ ତାଙ୍କୁ ପଚରାଉଚରା କରିସାରିଛି।