Categories: ଜାତୀୟ

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ନାଁ ନ ଥିବାରୁ ରାଗିଲେ ମନିଷ ତିୱାରୀ

ନୂଆଦିଲ୍ଲୀ,୫ ।୨: ପଞ୍ଜାବରେ କଂଗ୍ରେସ ଦଳ ବିବାଦ ସହ ଯେମିତି ବନ୍ଧୁତା କରି ସାରିଲାଣି । ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରୟାସ ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ବି ଏଥିରେ ପଛଘୁଞ୍ଚା ଦେଇ ନାହିଁ । ଏହି କ୍ରମରେ କଂଗ୍ରେସ ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ୩୦ ଜଣଙ୍କ ନାଁ ରହିଛି । ଏବେ ଏହି ଷ୍ଟାର ପ୍ରଚାରକ ତାଲିକାକୁ ନେଇ ପଞ୍ଜାବ କଂଗ୍ରେସରେ ପୁଣିଥରେ ବିବାଦ ମୁଣ୍ଡ ଟେକିଛି । ଷ୍ଟାର ପ୍ରଚାରକ ତାଲିକାରେ ଲୋକସଭା ଏମ୍‌ପି ମନିଷ ତିୱାରୀଙ୍କ ନାମ ନ ଥିବାରୁ ସେ ଏହାକୁ ନେଇ ଦଳ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଯଦି ମୋ ନାଁ ସେହି ତାଲିକାରେ ଥାଆନ୍ତା । ହେଲେ ଏହି ତାଲିକାରେ ନାମ ନ ରହିବାର କାରଣ ଅବଶ୍ୟ ସମସ୍ତେ ଜାଣିଥିଲେ । ଯେପର୍ଯ୍ୟନ୍ତ ହିନ୍ଦୁ-ଶିଖକୁ ନେଇ ପ୍ରଶ୍ନ ଉଠୁଛି, ପଞ୍ଜାବରେ ଏହାକୁ ନେଇ କେବେ କୌଣସି ଅଭିଯୋଗ ନ ଥାଏ । ଯଦି ଏହା ଅଭିଯୋଗ ହୋଇଥାଆନ୍ତା ତେବେ ମୁଁ ଆନନ୍ଦପୁର ସାହିବରୁ ଏମ୍‌ପି ହୋଇ ନ ଥାଆନ୍ତି ।

Share