୨୫ ବର୍ଷ ପରେ ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ମନିଷା

ମୁମ୍ବାଇ: ବହୁ ବର୍ଷ ଧରି ବଡ ପରଦାଠାରୁ ଦୂରେଇ ରହିଛନ୍ତି ନାୟିକା ମନିଷା କୋଇରାଲା । ହେଲେ ଏବେ ଦୀର୍ଘ ବର୍ଷ ପରେ ସେ ପୁଣିଥରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଥିବା ଜଣାପଡିଛି । ଏକ ୱେବ ସିରିଜରେ ମନିଷା କାମ କରିବେ ବୋଲି ସୂଚନା ମିଳିଛି । ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅପକମିଂ ୱେବ ସିରିଜ ‘ହିରା ମଣ୍ଡି’ରେ ମନିଷା ନଜର ଆସିବେ । ଏଥିପାଇଁ ତାଙ୍କୁ ଆପ୍ରୋଚ କରାଯାଇଛି । ଏହି ସିରିଜକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ବହୁଦିନ ହେବ ଏହାକୁ ନେଇ କାମ ଚାଲିଛି । ଏବେ ଖବର ଆସୁଛି କି ମନିଷା ଏଥିରେ ତାଙ୍କର ଦମ୍ ଦେଖାଇବେ । ଏହା ଏକ ସାନଦାର ୱେବ ସିରିଜ ହେବାକୁ ଯାଉଥିବା ବେଳେ ସଞ୍ଜୟ ଲିଲା ଭଂସାଲି ଲଗାତାର ଏଥିପାଇଁ କାଷ୍ଟିଂ କରି ଚାଲିଛନ୍ତି । ଏପଟେ ମନିଷା କୁଆଡେ ଏଥିପାଇଁ ହଁ ଭରିଛନ୍ତି । ଯଦି ଏହା ହେଲା ତେବେ ଦୀର୍ଘ ୨୫ ବର୍ଷ ପରେ ମନିଷା ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବେ । ଏହା ପ୍ରୂର୍ବରୁ ସେ ଫିଲ୍ମ ‘ଖାମୋସି’ରେ ସଞ୍ଜୟ ଲିଲା ଭଂସାଲିଙ୍କ ସହକ କାମ କରିଥିଲେ । ତେବେ ଭଂସାଲିଙ୍କ ୱେବ ସିରିଜ ପାଇଁ ହୁମା କୁୃରେସି ଓ ସୋନାକ୍ଷି ସିହ୍ନାଙ୍କୁ ସାଇନ୍ କରାଯାଇ ସାରିଛି । ଏହି ୱେବ ସିରିଜ ଏକ ଭିନ୍ନ କାହାଣୀ ଉପରେ ଆଧାରିତ । ସ୍ୱାଧିନତା ପୂର୍ବରୁ ଲାହୋରର ଏକ ଜିଲାରେ ଲୁଚି ରହିଥିବା ସାଂସ୍କୃତିକ ବାସ୍ତବିକତା, ଦରବାରରେ ଥିବା ବ୍ୟକ୍ତି ବିଶେଷଙ୍କ କାହାଣୀ ଉପରେ ଏହା ଆଲୋକପାତ କରିବ ।

Share