Posted inଜାତୀୟ

ମନ୍‌ କୀ ବାତ୍‌: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନର କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ବକ୍ତା, ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଜନଗଣଙ୍କ ସହିତ ତତ୍କାଳ ସମ୍ପର୍କ ସ୍ଥାପନ କରିବାର ଏକ ଅଦ୍ଭୁତ କଳା ତାଙ୍କ ପାଖରେ ରହିଛି। ଜଣେ ଓଜସ୍ବୀ ବକ୍ତା ଭାବେ ତାଙ୍କର କୌଶଳ ଏହି ଅଭିନବ କ୍ଷମତାର ପ୍ରମାଣ ଦେଇଥାଏ। ତାଙ୍କ ବକ୍ତବ୍ୟରେ ରହିଥିବା ନିଷ୍ଠା, ତାଙ୍କର ଚରିତ୍ରଗତ ସଚ୍ଚୋଟତା ଏବଂ ଗତ ୮ ବର୍ଷ ଧରି ଜନସାଧାରଣଙ୍କ ସହିତ ତାଙ୍କର ବିଶ୍ୱାସ ଆଧାରିତ ସମ୍ପର୍କ ତାଙ୍କୁ ଜଣେ ଧୁରୀଣ ଗଣଯୋଗାଯୋଗକାରୀ ବା ମାସ୍‌ କମ୍ୟୁନିକେଟର୍‌ ଭାବେ ପ୍ରତିଷ୍ଠିତ କରିପାରିଛି। ତାଙ୍କର ସମାବେଶୀ ଦୃଷ୍ଟିକୋଣକୁ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସ୍ବୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନକୈନ୍ଦ୍ରିକ ବିକାଶ ମଡେଲ ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିଛି। ନିଜର ଅଣ-ଆଭିଜାତ୍ୟପୂର୍ଣ୍ଣ ସ୍ବଭାବ କାରଣରୁ ସେ ନିରନ୍ତର ଜନସାଧାରଣଙ୍କ ସହିତ ମତ ବିନିମୟ କରିଥା’ନ୍ତି। ଏହାର ପରିଣାମ ସ୍ବରୂପ ‘ମନ୍‌ କୀ ବାତ୍‌’ ଭଳି କାର୍ଯ୍ୟକ୍ରମ ଜନ୍ମ ନେଇଛି। ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଗତ କିଛିବର୍ଷ ଧରି ପ୍ରତ୍ୟେକ ମାସର ଶେଷ ରବିବାର ନିୟମିତ ଭାବେ ପ୍ରସାରିତ ହେଉଛି। ଏକ ରେଡିଓ କାର୍ଯ୍ୟକ୍ରମ ଭାବେ ‘ମନ୍‌ କୀ ବାତ୍‌’ ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଭିନ୍ନ ଭିନ୍ନ ପ୍ଲାଟ୍‌ଫର୍ମ ଜରିଆରେ ପ୍ରସାରଣ କରାଯାଉଛି।
ମନ୍‌ କୀ ବାତ୍‌ରେ ମୋଦିଙ୍କର ଦୁଇଟି ସ୍ବରୂପ ଦେଖିବାକୁ ମିଳିଥାଏ। ଜଣେ ହେଉଛନ୍ତି ଦୃଢ଼, ଶକ୍ତିଶାଳୀ, ଏକାଗ୍ରଚିତ୍ତ ପ୍ରଧାନମନ୍ତ୍ରୀ ମୋଦି; ଆଉଜଣେ ହେଉଛନ୍ତି କୋମଳ, ଦୟାଳୁ, ସଜ୍ଜନ ପିତୃତୁଲ୍ୟ ମୋଦି। ଯଦି ଆପଣ ନିଜ ଆଖି ବନ୍ଦ କରି ‘ମନ୍‌ କୀ ବାତ୍‌’କୁ ଶୁଣନ୍ତି, ତା’ହେଲେ ଆପଣ ଅନୁଭବ କରିପାରିବେ ଯେ ମୋଦିଜୀ ଗାଁର ଏକ ଚଉତରା ଉପରେ ବସିଛନ୍ତି, ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ସେମାନଙ୍କ କଥା ଶୁଣୁଛନ୍ତି, ସେମାନଙ୍କୁ କିଛି କହୁଛନ୍ତି ଏବଂ ଆବଶ୍ୟକ କ୍ଷେତ୍ରରେ ଉଚିତ ପରାମର୍ଶ ଦେଉଛନ୍ତି କିମ୍ବା ଆଦର୍ଶ କାର୍ଯ୍ୟ କରିଥିବା କେହି ଜଣେ ବ୍ୟକ୍ତିଙ୍କୁ ପ୍ରଶଂସା କରୁଛନ୍ତି। ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କ ପରିବାରବର୍ଗଙ୍କ ସହିତ ମତବିନିମୟ କରିଥିଲେ, ଯେଉଁମାନେ ସାହସିକତା ପୂର୍ବକ ସେମାନଙ୍କ ପ୍ରିୟଜନଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଙ୍ଗଦାନ ଭଳି ଉଚ୍ଚ ବିଚାରକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏହି ମତବିନିମୟ କାର୍ଯ୍ୟକ୍ରମକୁ ବ୍ୟବହାର କରିଥିଲେ।
ଜଳବାୟୁଜନିତ ଚରମ ପରିସ୍ଥିତିର ମୁକାବିଲାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ପର୍ଯ୍ୟନ୍ତ, ପୁଣି ଅସାଧାରଣ ହୃଦୟ ଥିବା ସାଧାରଣ ଲୋକଙ୍କୁ ସେମାନଙ୍କ ଭଲ କାମ ପାଇଁ ପ୍ରଶଂସା କରିବା ପର୍ଯ୍ୟନ୍ତ ଏମିତି ସଂଖ୍ୟାଧିକ ଉଦାହରଣ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କୀ ବାତ୍‌’ରେ ବାସ୍ତବ ଜୀବନର କାହାଣୀ ଓ ଅନୁଭୂତି ଶୁଣିବାକୁ ମିଳିଥାଏ। ଏସବୁ ହେଉଛି ଆଭିଜାତ୍ୟପୂର୍ଣ୍ଣ ଦିଲ୍ଲୀର ସଙ୍କୀର୍ଣ୍ଣ ସୀମାଠାରୁ ବାହାରେ ଥିବା ପ୍ରକୃତ ଭାରତର କାହାଣୀ। କେବଳ ଏହି କାରଣରୁ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ବ୍ୟାପକ ଲୋକପ୍ରିୟତା ଅର୍ଜନ କରିଛି ଏବଂ ଲକ୍ଷ ଲକ୍ଷ ଲୋକ ଏହାକୁ ପ୍ରଶଂସା କରୁଛନ୍ତି। ଏହା ଜନସାଧାରଣଙ୍କ ସହ ଜଡ଼ିତ ଏବଂ ଏଥିରେ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଏ।
‘ମନ୍‌ କୀ ବାତ୍‌’ ପ୍ରଥମ ଅଧ୍ୟାୟ ୩ ଅକ୍ଟୋବର ୨୦୧୪ରେ ପ୍ରସାରଣ କରାଯାଇଥିଲା। ୩୦ ଏପ୍ରିଲ ୨୦୨୩ରେ ଏହି କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ପ୍ରସାରିତ ହେବ। ବିଷୟବସ୍ତୁ, ଡିଜାଇନ, ମତବିନିମୟ ଏବଂ ସାମୂହିକ ଭାବରେ ଜନସାଧାରଣ ଓ ସମାଜ ସହିତ ମତବିନିମୟ କରିବାର ପଦ୍ଧତି ଦୃଷ୍ଟିରୁ ‘ମନ୍‌ କୀ ବାତ୍‌’ ଏକ ଅଭିନବ କାର୍ଯ୍ୟକ୍ରମ। ୨୬୨ଟି ବେତାର କେନ୍ଦ୍ର ଏବଂ ୩୭୫ରୁ ଅଧିକ ଘରୋଇ ଓ ଗୋଷ୍ଠୀ ବେତାର କେନ୍ଦ୍ର ସହିତ ବିଶ୍ୱର ସବୁଠୁ ବଡ଼ ରେଡିଓ ନେଟୱର୍କ ‘ଆକାଶବାଣୀ’ ଜରିଆରେ ଭାରତର ପ୍ରଧାନମନ୍ତ୍ରୀ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଦୃଷ୍ଟିରୁ ବିବିଧ ଜନସଂଖ୍ୟାର ଏକ ବଡ଼ ଭାଗ ପର୍ଯ୍ୟନ୍ତ ପହଞ୍ଚତ୍ ପାରିଛନ୍ତି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରସଙ୍ଗରେ ପରାମର୍ଶ ଦେବା ସହିତ ଜଳବାୟୁ ପରିବର୍ତ୍ତନ, ବର୍ଜ୍ୟବସ୍ତୁ ପରିଚାଳନା, ଇନ୍ଧନ ସଙ୍କଟ ଭଳି ବିଭିନ୍ନ ଜାଗତିକ ସମସ୍ୟାର ସମାଧାନ କରିବା ଲାଗି ଅନୁପ୍ରାଣିତ ଓ ସକ୍ରିୟ କରିପାରିଛନ୍ତି।
ଭାରତର ଲୋକ ସେବା ପ୍ରସାରଣକାରୀ ପ୍ରସାର ଭାରତୀ ୫୨ଟି ଭାଷା/ଉପଭାଷାରେ ‘ମନ୍‌ କୀ ବାତ୍‌’ର ଅନୁବାଦ ଏବଂ ପ୍ରସାରଣ କରିଥାଏ, ଯେଉଁଥିରେ ୧୧ଟି ବିଦେଶୀ ଭାଷା ସାମିଲ ରହିଛି। ଫଳରେ ଏହି କାର୍ଯ୍ୟକ୍ରମ ଦେଶର ସବୁଠୁ ଉପାନ୍ତ ଅଞ୍ଚଳ ସମେତ ବିଦେଶରେ ରହୁଥିବା ଭାରତୀୟମାନଙ୍କ ନିକଟରେ ପହଞ୍ଚତ୍ ପାରୁଛି। ‘ମନ୍‌ କୀ ବାତ୍‌’ ହେଉଛି ଭାରତର ପ୍ରଥମ ଭର୍ଚୁଆଲ ରେଡିଓ କାର୍ଯ୍ୟକ୍ରମ ଯାହାକୁ ସମାନ୍ତରାଳ ଭାବେ ଟିଭି ଚାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଛି। ଦୂରଦର୍ଶନ ନେଟ୍‌ୱର୍କର ୩୪ଟି ଚାନେଲ ଏବଂ ୧୦୦ରୁ ଅଧିକ ଘରୋଇ ସାଟେଲାଇଟ ଟିଭି ଚାନେଲ ଏହି ଅଭିନବ କାର୍ଯ୍ୟକ୍ରମକୁ ସାରା ଦେଶରେ ପ୍ରସାରଣ କରୁଛନ୍ତି। ଫଳରେ ଏହି ପାରମ୍ପରିକ ସଞ୍ଚାର ମାଧ୍ୟମ ସମ୍ପର୍କରେ ଏକ ନୂଆ ରୁଚି ଓ ସଚେତନତା ସୃଷ୍ଟି ହୋଇପାରିଛି। ଫେବୃୟାରୀ ୨୦୨୨ ପରଠାରୁ ପ୍ରତ୍ୟେକ ମାସରେ ବିଶେଷଜ୍ଞ ଏବଂ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କ ଲେଖା ସହିତ ସୁନ୍ଦର ଭାବେ ପ୍ରସ୍ତୁତ ଏକ ପୁସ୍ତିକା ପ୍ରକାଶିତ ହେଉଛି, ଯାହାକି ଡିଜିଟାଲ ମାଧ୍ୟମରେ ୬୦ ନିୟୁତରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚତ୍ ପାରୁଛି।
ଜନମାନସରେ ଏତେବଡ଼ ପ୍ରଭାବ ସହିତ ‘ମନ୍‌ କୀ ବାତ୍‌’କୁ ସର୍ବତ୍ର ତଥା ଯଥୋଚିତ ଭାବେ ଏକ ସାମାଜିକ ବିପ୍ଳବ ବୋଲି କୁହାଯାଉଛି ଏବଂ ଜନଭାଗୀଦାରିରେ ଏହାର ସୁଦୃଢ଼ ଆଧାର ରହିଛି। ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ କାର୍ଯ୍ୟକାରିତାରେ ନାଗରିକମାନଙ୍କର ଭାଗୀଦାରି ଓ ସମ୍ପୃକ୍ତିର ବିଚାର ରହିଛି। କାର୍ଯ୍ୟକ୍ରମ ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏଥିରେ ସାମିଲ କରୁଥିବା ବିଷୟବସ୍ତୁ ଏବଂ କାର୍ଯ୍ୟାନୁଷ୍ଠାନର ଆହ୍ବାନ ପର୍ଯ୍ୟନ୍ତ ସବୁଥିରେ ଜନସାଧାରଣଙ୍କ ଭାଗୀଦାରି ରହୁଛି। ପ୍ରଧାନମନ୍ତ୍ରୀ ଏହି ମାସିକ କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧ୍ୟାୟ ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ ରହିଥିବା ଅଦ୍ଭୁତ ପରିବର୍ତ୍ତନକାରୀ ଶକ୍ତି ବିଷୟରେ ସ୍ମରଣ କରାଇ ଦେଉଛନ୍ତି। ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ପ୍ରଶାସନରେ ଜନଭାଗୀଦାରିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚତ୍ବାରେ ସଫଳ ହୋଇପାରିଛନ୍ତି। ସେ ଏହି ପ୍ଲାଟ୍‌ଫର୍ମକୁ ଉପଯୋଗ କରି ଦେଶ ପାଇଁ ରହିଥିବା ନିଜର ଦୂରଦୃଷ୍ଟି ସମ୍ପର୍କରେ ଜଣାଇବା ସହିତ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ନାଗରିକମାନଙ୍କ ଯୋଗଦାନ ପାଇଁ ଆହ୍ବାନ କରୁଛନ୍ତି।
‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦେଶର ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକମାନଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା। ପ୍ରତ୍ୟେକ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ପତ୍ର ମିଳୁଛି, ଏ ସମ୍ପର୍କରେ ସେ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥା’ନ୍ତି। କାର୍ଯ୍ୟକ୍ରମ ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ପ୍ରାୟତଃ ସାଧାରଣ ଲୋକଙ୍କ ସହିତ ଟେଲିଫୋନ୍‌ରେ ବାର୍ତ୍ତାଳାପ କରୁଛନ୍ତି। ନିର୍ବାଚିତ ନେତା ଏବଂ ଜନଗଣଙ୍କ ମଧ୍ୟରେ ଯୋଗାଯୋଗର ଏପରି ଏକ ମାଧ୍ୟମ ଉଲ୍ଲେଖନୀୟ ଭାବେ ଗଣତନ୍ତ୍ର ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରୁଛି। ଆଠ ବର୍ଷ ଧରି ‘ମନ୍‌ କୀ ବାତ୍‌’ ୯୯ଟି ଅଧ୍ୟାୟ ସଫଳତାପୂର୍ବକ ପ୍ରସାରିତ ହୋଇଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେବଳ ଜନସଚେତନତା ସୃଷ୍ଟି କରିନାହିଁ ବରଂ ସମାଜ ଓ ରାଷ୍ଟ୍ର ହିତରେ ପଦକ୍ଷେପ ନେବା ଲାଗି ଜନଗଣଙ୍କୁ ଅନୁପ୍ରାଣିତ କରିଛି। କାର୍ଯ୍ୟକ୍ରମର ପ୍ରମୁଖ ବିଶେଷତ୍ୱ ମଧ୍ୟରୁ ଗୋଟିଏ ହେଉଛି ପରିବର୍ତ୍ତନ ଆଣୁଥିବା ଲୋକମାନଙ୍କର ପ୍ରେରଣାଦାୟୀ କାହାଣୀ ଏଥିରେ ବର୍ଣ୍ଣିତ ହେଉଛି। ଏମାନେ ନିରନ୍ତର ଓ ନିଃସ୍ବାର୍ଥପର ଭାବରେ ତୃଣମୂଳସ୍ତରରେ କାର୍ଯ୍ୟ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
‘ମନ୍‌ କୀ ବାତ୍‌’ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଜନସମୁଦାୟଙ୍କୁ ସାମିଲ କରି ସାମାଜିକ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଥିବା ଜନଭାଗୀଦାରିର ଏକ ପ୍ରଭାବୀ ମାଧ୍ୟମ ଭାବେ ଉଭା ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଉଥିବା ବାର୍ତ୍ତା କିଛି ଘଣ୍ଟା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବହୁଚର୍ଚ୍ଚିତ ପ୍ରସଙ୍ଗ ପାଲଟିଯାଉଛି ଏବଂ କିଛି ସପ୍ତାହ ମଧ୍ୟରେ ଏହା ଏକ ଜନଆନ୍ଦୋଳନରେ ରୂପାନ୍ତରିତ ହେଉଛି। ସ୍ବଚ୍ଛ ଭାରତ ଅଭିଯାନ, ବେଟୀ ବଚାଓ ବେଟୀ ପଢ଼ାଓ, କୋଭିଡ୍‌ ଟିକାକରଣ ଏବଂ ହର୍‌ ଘର୍‌ ତ୍ରିରଙ୍ଗା ଆଦି ଏହାର କେତେକ ଗୌରବଶାଳୀ ଉଦାହରଣ। କିଛିଦିନ ପୂର୍ବରୁ ‘ମନ୍‌ କୀ ବାତ୍‌’ର ୮୮ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନାଗରିକମାନଙ୍କୁ ସେମାନଙ୍କ ଅଞ୍ଚଳରେ ଅମୃତ ସରୋବର ନିର୍ମାଣ ପାଇଁ ନିବେଦନ କରିଥିଲେ। କିଛିମାସ ମଧ୍ୟରେ ଏହି ବାର୍ତ୍ତା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ସ୍ଥାନୀୟ ପ୍ରଶାସନିକ ସଂସ୍ଥା ସହାୟତାରେ ଜନସାଧାରଣଙ୍କ ଦ୍ୱାରା ସଂଖ୍ୟାଧିକ ଅମୃତ ସରୋବର ନିର୍ମାଣ କରାଯାଇଥିଲା। ଏହାପରେ ‘ମନ୍‌ କୀ ବାତ୍‌’ର ୯୨ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଲଳିତପୁରସ୍ଥିତ ଭଗତ ସିଂ ଅମୃତ ସରୋବର ଏବଂ କର୍ନାଟକର ବିଲକେରୁର ଅମୃତ ସରୋବର ଭଳି କିଛି ଅମୃତ ସରୋବର ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କର ସକ୍ରିୟ ପ୍ରୟାସକୁ ପ୍ରଶଂସା କରିଥିଲେ।
‘ସଶକ୍ତ ଭାରତ’ ନିର୍ମାଣ ସଂକଳ୍ପକୁ ଆଗକୁ ନେବା ସହିତ, ‘ମନ୍‌ କୀ ବାତ୍‌’ ଦେଶର ଜାତୀୟ ଓ ଅନ୍ତର୍ଜାତୀୟ ସଫଳତାଗୁଡ଼ିକୁ ଲୋକଲୋଚନକୁ ଆଣିବା ପ୍ରତି ଧ୍ୟାନ କେନ୍ଦ୍ରିତ କରୁଛି। ଏହା ନାଗରିକମାନଙ୍କ ମଧ୍ୟରେ ଗୌରବ, ଆପଣାପଣ ଏବଂ ରାଷ୍ଟ୍ରବାଦର ଭାବନା ସୃଷ୍ଟି କରି ଦେଶର ବିକାଶରେ ସହଭାଗୀ ହେବା ଲାଗି ଦେଶବାସୀଙ୍କୁ ଅନୁପ୍ରାଣିତ କରୁଛି। ୮୯ତମ ଅଧ୍ୟାୟରେ, ପ୍ରଧାନମନ୍ତ୍ରୀ ଦେଶରେ ୟୁନିକର୍ନଗୁଡ଼ିକ ସଂଖ୍ୟା ୧୦୦ ଛୁଇଁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ୯୧ତମ ଅଧ୍ୟାୟରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନରେ ଜନ ଭାଗୀଦାରି ଏବଂ ଏହାର ରାଷ୍ଟ୍ରବ୍ୟାପୀ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ କହିବା ପରେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା। ଏମିତି ଅନେକ ଉଦାହରଣ ରହିଛି ଯାହା ପ୍ରମାଣିତ କରିଥାଏ ଯେ ‘ମନ୍‌ କୀ ବାତ୍‌’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତର ସାମଗ୍ରିକ ବିକାଶର ଏକ ପ୍ରତିଫଳନ ଏବଂ ଜନଭାଗୀଦାରିର ଏକ ଅଭିବ୍ୟକ୍ତି।
‘ମନ୍‌ କୀ ବାତ୍‌’ ସହିତ ପ୍ରଧାନମନ୍ତ୍ରୀ ସଫଳତାପୂର୍ବକ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି, ଯାହା ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ନୀତିକୁ ପ୍ରତ୍ୟେକ ସ୍ତରର ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଛି ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରୁଛି। କେବଳ ସେତିକି ନୁହେଁ, ଏସବୁ ଯୋଜନା କିଭଳି ତୃଣମୂଳସ୍ତରରେ ଲୋକମାନଙ୍କୁ ଲାଭାନ୍ବିତ କରିପାରୁଛି ତାହାର କାହାଣୀ ମଧ୍ୟ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ କହୁଛନ୍ତି, ଯାହାକି ଅଧିକରୁ ଅଧିକ ଲୋକଙ୍କୁ ହିତାଧିକାରୀ ହେବା ଲାଗି ଅନୁପ୍ରାଣିତ କରୁଛି।
ସଂକଟ ସମୟରେ ଲୋକମାନଙ୍କୁ ସୂଚନା ଦେବା କ୍ଷେତ୍ରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଦାହରଣ ସ୍ବରୂପ କୋଭିଡ୍‌ ମହାମାରୀ ସମୟରେ ଏହା ଜନସାଧାରଣଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ଟିକା ନେବା ପାଇଁ ଅନୁପ୍ରାଣିତ କରିଥିଲା। ଭାରତର କୋଭିଡ୍‌ ଟିକାକରଣ ସଫଳ ହେବାର ଶ୍ରେୟ ଅନେକାଂଶରେ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମକୁ ଦେବା ଉଚିତ ହେବ। ‘ମନ୍‌ କୀ ବାତ୍‌’ର ପ୍ରାସଙ୍ଗିକତା ଏବଂ ଆମ ଜୀବନରେ ଏହାର ମହତ୍ତ୍ୱ ନିମନ୍ତେ ଏହା ହିଁ ହେବ ଉପଯୁକ୍ତ ସମ୍ମାନ।
(ଲେଖକ କେନ୍ଦ୍ର କ୍ରୀଡ଼ା, ଯୁବବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର

ମୁମ୍ବାଇ ,୨୪ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିଥିବାବେଳେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଉପରେ...

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌+

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ ଶାସକ ମେଣ୍ଟ ସପକ୍ଷରେ ଆସିଛି। ମହାରାଷ୍ଟ୍ର ମତଦାତା ‘ଲଡ୍‌କି ବହିନ’ ଭଳି ଯୋଜନାଗୁଡ଼ିକୁ ନେଇ ମହାୟୁତି ଉପରେ...

ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ

ନୂଆଦିଲ୍ଲୀ ,୨୩ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିଜୟୀ ହେବା ପରେ ବିରୋଧୀ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଇଭିଏମ୍‌କୁ ଦୋଷ ଦେଇଛି। ଭାଜପାକୁ ଫାଇଦା...

ମହାରାଷ୍ଟ୍ରରେ ବିଜୟ ସବୁ ରେକର୍ଡ ଭାଙ୍ଗିଲା: ମୋଦି

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି,...

ଏନ୍‌ସିପିର ସବୁଠୁ ଖରାପ ପ୍ରଦର୍ଶନ

ମୁମ୍ବାଇ ,୨୩ା୧୧: ଭାରତୀୟ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଶରଦ ପାଓ୍ବାରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଯାଉଥିବା ବେଳେ ସେ ରାଜନୀତିରେ...

କ’ଣ ୯୯% ଚାର୍ଜ ଥିବା ଇଭିଏମ୍‌ ବ୍ୟାଟେରୀ ଯୋଗୁ ହାରିଗଲେ ସ୍ବରା ଭାସ୍କରଙ୍କ ସ୍ବାମୀ? ଜାଣନ୍ତୁ ଅଭିଯୋଗରେ…

ମୁମ୍ବାଇ,୨୩।୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ତାଙ୍କର ସ୍ବାମୀ ନିର୍ବାଚନରେ ପରାଜିତ ହେବା ପରେ ପୁରା ଦିନ ଭୋଟିଂ...

ନାଣ୍ଡେଡ୍‌ ଲୋକ ସଭା ଆସନ ହାତେଇଲା ଭାଜପା

ଓ୍ବାୟନାଡ୍‌,୨୩ା୧୧: ମହାରାଷ୍ଟ୍ରର ନାଣ୍ଡେଡ୍‌ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସନ୍ତୁକରାଓ ମାରୋତରାଓ ହମ୍ବାର୍ଡେ ବିଜୟୀ ହୋଇଛନ୍ତି। ସେଠାରୁ ନିର୍ବାଚିତ ହୋଇଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri