ମନମୋହନ ସାମଲ ରାଜ୍ୟ ଭାଜପା ସଭାପତି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମନମୋହନ ସାମଲ ରାଜ୍ୟ ଭାଜପାର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଭାଜପାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଦାୟିତ୍ୱ ଦେଇଛନ୍ତି। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି।

ରାଜ୍ୟରେ ଭାଜପା-ବିଜେଡି ମେଣ୍ଟ ସରକାର ଥିବା ସମୟରେ ମନମୋହନ ମନ୍ତ୍ରୀ ଥିଲେ। ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି।

ଛାତ୍ର ଜୀବନରୁ ମନମୋହନ ରାଜନୀତିରେ ଯୋଗ ଦେଇଥିଲେ। ସେ ଭଦ୍ରକ କଲେଜରେ ପଢୁଥିବା ବେଳେ ୧୯୭୯ରେ ଛାତ୍ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହା ସହ ସେ ଏବିଭିପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ରାଜ୍ୟ ଭାଜପାର ସଭାପତି ଭାବେ ସେ ଦୁଇଥର କାର୍ଯ୍ୟ କରିଛନ୍ତି। ୨୦୦୪ରେ ସେ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Share