Categories: ଜାତୀୟ

ଯୋଗ ଦେବେ ନାହିଁ ମନମୋହନ ସିଂ

ନୂଆଦିଲ୍ଲୀ,୧୩।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ପ୍ରଥମ ଥର ପାଇଁ ବସିବାକୁ ଯାଉଛି କଂଗ୍ରେସ ଓ୍ବାର୍କିଂ କମିଟି। ରବିବାର ହେବାକୁ ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ।

ତେବେ ୮୯ ବର୍ଷୀୟ ଭେଟେରାନ କଂଗ୍ରେସ ନେତା ସ୍ବାସ୍ଥ୍ୟ ଜନିତ କାରଣରୁ ବୈଠକରେ ଯୋଗ ଦେବେ ନାହିଁ। ତାଙ୍କ ବ୍ୟତୀତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ ସମେତ ଅନ୍ୟ ୩ ବରିଷ୍ଠ ନେତା ଦଳର ବୈଠକରେ ଦେବେ ନାହିଁ ବୋଲି ସୂଚନା ମିଳିଛି। ଅପରାହ୍ନ ୪ଟା ବେଳେ ହେବାକୁ ଥିବା ବୈଠକ ପାଇଁ ମୋଟ ଉପରେ ୫୭ କଂଗ୍ରେସ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ବୈଠକରେ କଂଗ୍ରେସରେ କିଛି ବଡ଼ ଧରଣ ପରିବର୍ତ୍ତନ ହେବା ନେଇ ଆଶା ରହିଛି।

Share