Categories: ଜାତୀୟ

‘ମନମୋହନ ସିଂ କହିଥିଲେ, ମୁଁ କରିକି ଦେଖେଇଲି’

ନୂଆଦିଲ୍ଲୀ,୮।୨: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଘେରିବାକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ କୃଷି ଉତ୍ପାଦନର ବିକ୍ରି ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ପାଇଁ ସଂସଦରେ ଯାହା କହିଥିଲେ, ତାହା ମୁଁ କାର୍ଯ୍ୟରେ କରି ଦେଖାଇଛି। ବର୍ତ୍ତମାନ କୃଷି ଆଇନ ସଂଶୋଧନ ଉପରେ କଂଗ୍ରେସ ୟୁଟର୍ନ ନେଇଛି। କଂଗ୍ରେସ କଥା ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ଥରେ ମନମୋହନ ସିଂହଙ୍କ କଥା ମାନନ୍ତୁ। ମନମୋହନ ଚାଷୀଙ୍କୁ ଫସଲ ବିକ୍ରି କରିବା ପାଇଁ ସ୍ବାଧୀନତା ଦେବା କଥା କହିଥିଲେ। ଯାହା ସେ ଚାହୁଁଥିଲେ, ତାହା ଭାଜପା ସରକାର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Share