ନୂଆଦିଲ୍ଲୀ, ୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ। ଏନେଇ କଂଗ୍ରେସ ପ୍ରବକ୍ତା ଶକ୍ତି ସିଂ ଗୋହିଲ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ମନମୋହନ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କହିଥିଲେ। ତେବେ ରାହୁଲ ନମ୍ରତାର ସହିତ ଅସ୍ବୀକାର କରି କାର୍ଯ୍ୟକାଳ ପୂରଣ କରିବାକୁ ମନମୋହନଙ୍କୁ ଅନୁରୋଧ କରିଥିଲେ ବୋଲି ଶକ୍ତି ସିଂ କହିଛନ୍ତି। ଏକ ଅନ୍ଲାଇନ୍ ମିଡ଼ିଆ ବ୍ରିଫିଙ୍ଗ୍ରେ ସେ ଏଭଳି ସୂଚନା ଦେଇ କହିଛନ୍ତି ଯେ, ଗାନ୍ଧୀ ପରିବାର ସବୁବେଳେ ଦେଶସେବାକୁ ପ୍ରଧାନ୍ୟ ଦେଇଥାନ୍ତି। କ୍ଷମତା ପ୍ରତି ସେମାନଙ୍କର ଲୋଭ ନ ଥାଏ। ଏବେ ଶକ୍ତିଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି।