Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍‌ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ମତଦାନ। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ଏମ୍‌ପିମାନେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଇତି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସଂସଦ ଭବନକୁ ଆସି ଭୋଟ୍‌ ଦେଇଥିବା ଦେଇଛନ୍ତି। ସେ ନିଜର ବାଲାଟ୍‌ ପେପର ଏକାକୀ ବକ୍ସ ମଧ୍ୟରେ ପକାଇ ପାରି ନଥିଲେ। ତେବେ ତାଙ୍କୁ ପେପର ପକାଇବା ପାଇଁ ୫ ଜଣ ଅଧିକାରୀ ସହାୟତା କରିଥିଲେ। ବୟସଜିନତ ରୋଗ କାରଣରୁ ମନମୋହନ ସିଂ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଛନ୍ତି। ତଥାପି ସେ ଆଜି ଜଣେ ରାଜ୍ୟ ସଭା ସଦସ୍ୟ ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇଛନ୍ତି।

Share