Categories: ଜାତୀୟ

ମନମୋହନ ସିଂ ହୋଇଥିଲେ ଇସ୍ତଫା ମାଗିବାକୁ ପଡ଼ି ନ ଥାନ୍ତା

ନୂଆଦିଲ୍ଲୀ,୨୮।୧୨: “ ମନମୋହନ ସିଂଙ୍କ କାର୍ଯ୍ୟକାଳରେ ଭାରତ ସୀମା ମଧ୍ୟକୁ ଚାଇନା ପ୍ରବେଶ କରିଥିଲେ, ସେ ଇସ୍ତଫା ଦେଇଥାନ୍ତେ। କିନ୍ତୁ ଭାରତର ଭୂଖଣ୍ଡକୁ ଚାଇନା ମାଡ଼ି ବସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପଚାପ ବଶିଛନ୍ତି”। ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ଦେଇ ଏଭଳି ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଏମାନେ (ଭାଜପା ଓ ଆର୍‌ଏସ୍‌ଏସ୍‌) କେବଳ ଧର୍ମକୁ ନେଇ ରାଜନୀତି କରନ୍ତି। କାରଣ ସେମାନଙ୍କ ପାଖରେ ଅନ୍ୟ କିଛି ନାହିଁ। କିନ୍ତୁ କଂଗ୍ରେସ ଦେଶର ନାଗରିକଙ୍କ ହୃଦୟରେ ରାଜୁତି କରେ। ଏହି ୩ ଦିନିଆ କନକ୍ଲେଭ ଶେଷ ହେବା ପରେ କଂଗ୍ରେସ ଆହୁରି ଏକ କନକ୍ଲେଭ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ରାହୁଲ ଗାନ୍ଧୀ ଓ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୋଗଦେବେ।

Share