Categories: ଜାତୀୟ

‘ମନ କି ବାତ’ର ୧୦୦ ତମ ଏପିସୋଡରେ ଜାରି ହେବ ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୨୨।୪: ‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡ ଚଳିତ ମାସର ଶେଷ ରବିବାର ପ୍ରଚାରିତ ହେବ। ଅର୍ଥାତ୍‌ ଏହି ଏପିସୋଡ ୩୦ ଏପ୍ରିଲରେ ପ୍ରଚାର କରାଯିବ। ୧୦୦ ଟଙ୍କିଆ ମୁଦ୍ରା ସାଧାରଣ ମୁଦ୍ରଠାରୁ ଭିନ୍ନ ହେବ।

‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ଭଳି ଜାରି କରାଯିବାକୁ ଥିବା ୧୦୦ ଟଙ୍କିଆ ମୁଦ୍ରାରେ ମାଇକ୍ରୋଫୋନ ରହିବା ସହ ଏହା ଉପରେ ୨୦୨୩ ଲେଖାଯିବ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ, କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ଅଧିନରେ ଜାରି ହୋଇଥିବା ଟକସାଲରେ କେବଳ ଶହେ ଟଙ୍କା ମୂଲ୍ୟର ମୁଦ୍ରା ଛପାଯିବ। ମୁଦ୍ରାର ଗୋଲାକାର ୪୪ମିମି ହେବ। ଏହା ୪ଟି ଧାତୁରେ ତିଆରି ହେବ। ରୂପା, ତମ୍ବା, ନିକେଲ ଓ ଜିଙ୍କ। ସରକାର କହିଛନ୍ତି କି ମୁଦ୍ରାର ଅଗ୍ର ଭାଗରେ ଅଶୋକ ସ୍ତମ୍ଭ ରହିବ ଓ ଏହା ତଳେ ସତ୍ୟ ମେବ ଜୟରେ ଲେଖାଯିବ।

Share