Categories: ଜାତୀୟ

‘ମୁଁ ବି ଶୁଣିନି ମଙ୍କି ବାତ’, ମହୁଆଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ସାମିଲ ନ ହେବାରୁ ୩୬ ଜଣ ନିର୍ସିଂ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ଏହାକୁ ନେଇ ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା ଏକ ବିବାଦୀୟ ଟୁଇଟ କରିଛନ୍ତି। ସେ ‘ମନ କି ବାତ’କୁ ‘ମଙ୍କି ବାତ’ ବୋଲି କହିଦେଇଛନ୍ତି।

ଟୁଇଟ କହି ମହୁଆ କହିଛନ୍ତି, ‘ମୁଁ ବି ମଙ୍କି ବାତ ଶୁଣି ନାହିଁ। ଗୋଟିଏ ଥର ବି ନୁହେଁ। କେବେ ଶୁଣିବି ବି ନାହିଁ। ତା’ହେଲେ କ’ଣ ମୋତେ ଦଣ୍ଡ ମିଳିବ। ମୋତେ କ’ଣ ଗୋଟିଏ ସପ୍ତାହ ପାଇଁ ଘରୁ ବାହାରିବାକୁ ବାରଣ କରାଯିବ। ଏହାକୁ ନେଇ ମୁଁ ଚିନ୍ତିତ। ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ପିଜିଆଇଏମଇଆର ପ୍ରଶାସନ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତର ୧୦୦ ତମ ଏପିସୋଡରେ ସାମିଲ ନ ହେବାରୁ ୩୬ ଜଣ ନିର୍ସଂ ଛାତ୍ରଙ୍କୁ ହଷ୍ଟେଲରୁ ବାହାରକୁ ଯିବା ଉପରେ ରୋକ ଲଗାଇ ଦେଇଛନ୍ତି।
ପିଜିଆଇଏମଇଆର କର୍ତ୍ତୃପକ୍ଷ ଏକ ଲିଖିତ ଆଦେଶ ଜାରି କରିଛନ୍ତି ଯେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନର୍ସିଂ ଏଜୁକେସନ (NINE) ର ସମସ୍ତ ନର୍ସିଂ ଛାତ୍ରମାନେ କ୍ୟାମ୍ପସ ଇଭେଣ୍ଟରେ ଅଂଶଗ୍ରହଣ କରିବା ଉଚିତ। ଏହି ‘ମନ କି ବାତ’ କାର୍ଯ୍ୟକ୍ରମ ୩୦ ଏପ୍ରିଲରେ ଟେଲିକ୍ଟାଷ୍ଟ ହୋଇଥିଲା।

 

Share