Categories: ଜାତୀୟ

‘ମନ କି ବାତ’ର ୯୦ ତମ ଏପିସୋଡ ପାଇଁ ଜନତାଙ୍କ ମତାମତ ଲୋଡିଲେ ମୋଦି

ନୂଆଦିଲ୍ଲୀ,୨୦ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆଗାମୀ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ପାଇଁ ଜନତାଙ୍କ ମତ ଲୋଡିଛନ୍ତି । ୨୬ ଜୁନରେ ପ୍ରଚାରିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମର ୯୦ ତମ ଏପିସୋଡ ପାଇଁ ଜନତା ସେମାନଙ୍କ ବିଚାର ‘ମାଇ ଜିଓଭି’ ୱେବସାଇଟ କିମ୍ବା ‘ନମୋ ଆପ’ ମାଧ୍ୟମରେ ଦେଇପାରିବେ ।
ଏହାକୁ ନେଇ ମୋଦି ଟୁଇଟ କରି କହିଛନ୍ତି, ଖୁସି ଲାଗୁଛି ଯେ ଚଳିତ ମାସ ୨୬ ତାରିଖରେ ପ୍ରଚାରିତ ହେବ୍ରାୁ ଯାଉଥିବା ମନ କି ବାତ କାର୍ଯ୍ୟକ୍ରମ ପାଇଁ ଆପଣମାନେ ଆପଣଙ୍କ ମତାମତ ଦେଉଛନ୍ତି । ଅନ୍ୟମାନେ ବି ସେମାନଙ୍କ ବିଚାର ‘ମାଇ ଜିଓଭି’ କିମ୍ବା ‘ନମୋ ଆପ’ ମାଧ୍ୟମରେ ନିଶ୍ଚିତ ଦିଅନ୍ତୁ ।

Share